ଭୁବନେଶ୍ୱର,୨୩/୧୧: କାଞ୍ଜି ଅଁଳା ନବମୀ ଓଷା ଓଡ଼ିଆ ଘରର ଏକ ମୁଖ୍ୟ ପରମ୍ପରା । ଏହା ମାର୍ଗଶିର ମାସ କୃଷ୍ଣପକ୍ଷ ନବମୀ ତିଥିରେ ପଡ଼ିଥାଏ । ଚଳିତ ବର୍ଷ ରବିବାର ଏହା ପଡୁଛି । ଅର୍ଥାତ୍ ପ୍ରଥମାଷ୍ଟମୀ ପରଦିନ ଏହି ଓଷା ଓଡ଼ିଆ ଘରେ ପାଳନ କରାଯାଏ । ଏହି ଦିନ ଶାଶୂ ବୋହୂକୁ ପ୍ରଣାମ କରେ । କାଞ୍ଜି ପ୍ରସ୍ତୁତ କରାଯାଏ । କାଞ୍ଜିରେ ଅଁଳା ପଡ଼ିଥାଏ । ତେଣୁ ଏହାକୁ କାଞ୍ଜି ଅଁଳା ନବମୀ କହାଯାଏ । ଏହି ଦିନ ପିତା ଶୁଖୁଆ ପୂଜା କରାଯାଏ । ୭ଟି ପିତା ଶୁଖୁଆ ନେଇ ହଳଦୀ ପାଣିରେ ଭଲ ଭାବେ ଧୋଇ ଦିଆଯାଏ । ହଳଦୀ ରଙ୍ଗ କିମ୍ବା ନାଲି ରଙ୍ଗର ବସ୍ତ୍ର ଶୁଖୁଆକୁ ପିନ୍ଧା ଯାଇଥାଏ । କଜଳ ଲଗାଯାଏ । ଅବିବାହିତ ପୁଅ ଯେଉଁମାନଙ୍କୁ କନ୍ୟା ମିଳୁନାହାନ୍ତି ସେମାନଙ୍କ ଘରେ ଏହି ଓଷା ହୋଇଥାଏ । ସନ୍ଧ୍ୟା ଗଡ଼ିବା ପରେ ଏହି ଓଷା ହୋଇଥାଏ । ଘର ଅଗଣାରେ ଗୋଲାକାର ଖାଲଟିଏ ଖୋଳି ସେଥିରେ ପାଣି ଭର୍ତ୍ତି କରି ଛୋଟ ମାଛ ଛାଡ଼ନ୍ତି । ଏହାକୁ ଓଷା ପୋଖରୀ କୁହାଯାଏ । ପୋଖରୀ ଚାରିପଟେ ଧାନ, ଅପମାରଙ୍ଗ ଓ ସାରୁଗଛ ଲଗାଯାଏ । ପିତ୍ତଳ ଥାଳିରେ ୭ଟି ପିତା ଶୁଖୁଆ ରଖାଯାଏ । ପୋଖରୀ ମଧ୍ୟକୁ ଫୁଲ ପକାଯାଏ । କାଞ୍ଜି, ଭାତର ପ୍ରସାଦ ୬ ପରିବାରକୁ ପ୍ରଦାନ କରାଯାଏ ।
ମହାରାଷ୍ଟ୍ରରେ ମହାୟୁତି ସରକାର: ଏକାଠି ବସି ରାଜ୍ୟବାସ...